BREAKING
Loading...
:

Karnataka in the final: ରଣଜୀ ଟ୍ରଫି: ୧୧ ବର୍ଷ ପରେ ଫାଇନାଲ୍‌ରେ କର୍ଣ୍ଣାଟକ

 


ଲକ୍ଷ୍ନୌ: କର୍ଣ୍ଣାଟକ ୧୧ ବର୍ଷ ପରେ ରଣଜୀ ଟ୍ରଫି ଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ସ୍ଥାନୀୟ ଏକନା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ସେମିଫାଇନାଲ୍‌ରେ କର୍ଣ୍ଣାଟକ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ଏହି ସଫଳତା ପାଇଛି। ଉତ୍ତରାଖଣ୍ଡ ବିପକ୍ଷ ଏହି ମ୍ୟାଚ୍‌ର ପ୍ରଥମ ପାଳିରେ ଦେବଦତ୍ତ ପଡ଼କଲଙ୍କ ଦ୍ବିଶତକ ଏବଂ କେଏଲ୍‌ ରାହୁଲ ଓ ରବିଚନ୍ଦ୍ରନ ସ୍ମରଣଙ୍କ ଶତକୀୟ ପାଳି ବଳରେ ୭୩୬ ରନ୍‌ କରିଥିଲା। ଜବାବରେ ଉତ୍ତରାଖଣ୍ଡ ମାତ୍ର୨୩୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ଫଲୋଅନ୍‌ ହୋଇଥିଲା। ହେଲେ ପ୍ରଥମ ପାଳି ଅଗ୍ରଣୀ ପାଇଥିବାରୁ କର୍ଣ୍ଣାଟକ ଫଲୋଅନ୍‌ ନ ଡାକି ବ୍ୟାଟିଂ କରିଥିଲା। ଦ୍ବିତୀୟ ପାଳିରେ ସ୍ମରଣ (୧୨୭)ଙ୍କ ଶତକ ଓ କେଏଲ୍‌ ରାହୁଲ (୮୬*)ଙ୍କ ଅର୍ଦ୍ଧଶତକ ବଳରେ ୩୨୩ ରନ୍‌ କରି ଉତ୍ତରାଖଣ୍ଡ ସମ୍ମୁଖରେ ୮୨୭ ରନ୍‌ର ଅସମ୍ଭବ ବିଜୟ ଲକ୍ଷ୍ୟ ରଖିଥିଲା। ଶେଷ ଦିନ ଓ ୩ ଅଧିବେଶନରେ ଏତେ ରନ୍‌ କରିବା ଅସମ୍ଭବ ଥିଲେ ମଧ୍ୟ ଉତ୍ତରାଖଣ୍ଡ ଅବନୀଶ ସୁଧା (୬୬), ସୌରଭ ରାୱତ (୫୩*) ଓ ଅଭୟ ନେଗି (୫୭*) ଅର୍ଦ୍ଧଶତକ ଅର୍ଜନ କରିବା ସହ ଦଳୀୟ ସ୍କୋର୍‌ ୧୮୪/୬ରେ ପହଞ୍ଚାଇ ପରାଜୟକୁ ଟାଳିଥିଲେ। ପଡ଼ିକଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇତିଲେ। ଫେବ୍ରୁଆରି ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଖେଳଯିବାକୁଥିବା ଫାଇନାଲ୍‌ରେ ଜମ୍ମୁ ଓ କାଶ୍ମୀରକୁ ଭେଟିବ କର୍ଣ୍ଣଟକ। ୨୦୧୪-୧୫ରେ ଶେଷ ଥର ଲାଗି ବିଜେତା ହୋଇଥିବା କର୍ଣ୍ଣାଟକ ନିଜର ଏହି ୧୫ତମ ଫାଇନାଲ୍‌ ଜିତି ନବମ ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ଜମ୍ମୁ ଓ କାଶ୍ମୀର ନିଜର ପ୍ରଥମ ଫାଇନାଲ୍‌ରେ ଟ୍ରଫି ଜିତି ଏହାକୁ ଆହୁରି ସ୍ମରଣୀୟ କରିବା ଲାଗି ଲକ୍ଷ୍ୟ ରଖିଛି।

Post a Comment

Previous Post Next Post
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 7008601909 ସମ୍ପର୍କ କରନ୍ତୁ ।