BREAKING
Loading...
:

BJD: ବିଜେଡି ଛାଡ଼ି ବିଜେପିରେ ହେଲେ ସାମିଲ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା

 


ଭୁବନେଶ୍ୱର: ବିକାଶର ଅନ୍ୟନାମ ବିଜେପି ଓଡ଼ିଶା ପ୍ରଦେଶର ୭୮ବର୍ଷର ଶାସନ ବ୍ୟବସ୍ଥା ପରିବର୍ତନ ପରେ ବିଜେପି ଏକାକୀ ସରକାର ଗଠନ କରି ଗତ ୧୮ମାସ ମଧ୍ୟରେ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିଛି। ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ ଅନେକ ଜନହିତକାରି, ଗରିବ କଲ୍ୟାଣକାରୀ, ଜନକଲ୍ୟାଣକାରୀ, ସର୍ବବ୍ୟାପି, ସର୍ବସ୍ପର୍ଶୀ ବିକାଶମୂଳକ କାର୍ଯ୍ୟରେ ଆସ୍ଥା ପ୍ରକଟ କରି ଆଜି କଳାହାଣ୍ଡି ଜିଲ୍ଲାର ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଆଜି ଏହି ମିଶ୍ରଣ ଦ୍ୱାରା କଳାହାଣ୍ଡି ଜିଲ୍ଲାରେ ଦଳୀୟ ସଂଗଠନ ବୃଦ୍ଧି ପାଇଛି। ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ରାଜ୍ୟ ଓ ଦେଶକୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବ ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ିଚାଲିଛି। ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ବିଜେଡି ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଶ୍ରୀମତୀ ପାତ୍ରଙ୍କ ସମେତ ଲାଞ୍ଜିଗଡ ରୋଡ ଗ୍ରାମ ପଂଚାୟତର ପଂଚାୟତ ସମିତି ସଦସ୍ୟା ମୁକ୍ତା ଭୋଇ, ବେନଗାଁ ଗ୍ରାମ ପଂଚାୟତର ପଂଚାୟତ ସମିତି ସଦସ୍ୟ ଯଶବନ୍ତି ନାଏକ, ବେଡଗାଁ ଗ୍ରାମପଂଚାୟତର ପଂଚାୟତ ସମିତି ସଦସ୍ୟ ତ୍ରିନାଥ ମାଝୀ, ବସନ୍ତପଡା ଗ୍ରାମ ପଂଚାୟତର ପଂଚାୟତ ସମିତି ସଦସ୍ୟ ପୁଙ୍ଗରି ମାଝୀ, ଛତ୍ରପୁର ଗ୍ରାମପଂଚାୟତର ପଂଚାୟତ ସମିତି ସଦସ୍ୟ ସନ୍ୟାସୀ ମାଝୀ, ଭଟାଙ୍ଗପଦର ଗ୍ରାମ ପଂଚାୟତର ପଂଚାୟତ ସମିତି ସଦସ୍ୟ ରୂପେନ୍ଦ୍ର ଛତ୍ରିଆ, ଭୂତିଗଡ ଗ୍ରାମ ପଂଚାୟତର ସମାଜସେବୀ ହରିଶଙ୍କର ପାତ୍ର, ଦିଲୀପ କୁମାର ନାଏକ, ସାନ ବାଗ୍ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେଡି ଛାଡି ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦାନ କରିଛନ୍ତି। ସେହିପରି ଥୁଆମୁଲ ରାମପୁର ବ୍ଲକର ସିନ୍ଦିପଦର ଗ୍ରାମ ପଂଚାୟତର ସରପଂଚ ଗୀତାଞ୍ଜଳି ମାଝୀ, ଥୁଆମୁଲ ଗ୍ରାମ ପଂଚାୟତର ପଂଚାୟତ ସମିତି ସଦସ୍ୟା ରାଣୀ ନାଏକ, ସିନ୍ଦିପଦର ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ବିକ୍ରମ ମାଝୀ, ପୂର୍ବତନ ବ୍ଲକ ବିଜେଡି ସଭାପତି ଈଶ୍ୱର ରେଲି, ନକ୍ରୁନ୍ଦି ଗ୍ରାମ ପଂଚାୟତର ବିଜେଡି ଯୁବ ନେତା ଅଜିତ ନାଏକ, ମନୋଜ କୁମାର ନାଏକ, ପୀତବାସ ନାଏକ; ନରଲା ବ୍ଲକର ସମାଜସେବୀ ମାତିଲାଲ ଭୋଇ; ଭବାନୀପାଟଣା ବ୍ଲକ ବୋରଦା ଗ୍ରାମ ପଂଚାୟତର ବିଜେଡି ଯୁବ ନେତା ଅବନି କୁମାର ଭୋଇ, ଛେଲିଆମାଲ ଗ୍ରାମ ପଂଚାୟତର ସୁରେନ୍ଦ୍ର ପ୍ରଧାନ, କେନ୍ଦୁପାଟି ଗ୍ରାମ ପଂଚାୟତର ସରପଂଚ ସୁଧୀର ଗହୀର, ନାଏବ ସରପଂଚ ବରୁଣ ମାଝୀଙ୍କ ସମେତ କଂଗ୍ରେସର ସମାଜସେବୀ ବିଭୀଷଣ ମାଝୀ ପ୍ରମୁଖ ବିଜେଡି ଓ କଂଗ୍ରେସ ଦଳ ପରିତ୍ୟାଗ କରି ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦାନ କରିଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରି ଓ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ରାଜ୍ୟ ଉପସଭାପତି ତଥା କଳାହାଣ୍ଡି ଜିଲ୍ଲା ପ୍ରଭାରୀ ଶିବାଜୀ ମହାନ୍ତି, ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ କୁମାର ନାଏକ, ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ, ରାଜ୍ୟ ସଂପାଦକ ସରୋଜ କର, କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ, ଜିଲ୍ଲା ଉପସଭାପତି ରୁପେଶ ଜୈନ, ଜିଲ୍ଲା ସାଧାରଣ ସଂପାଦକ ଲୋକନାଥ ଦୁର୍ଗା, ସତ୍ୟ ବେହେରା, ଜିଲ୍ଲା ସଂପାଦକ ବିଭୀଷଣ ସାହୁ, ଭବାନୀଶଙ୍କର ନିଆଲ, ବରିଷ୍ଠ ନେତା ବଂଟି ଜୈନ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 7008601909 ସମ୍ପର୍କ କରନ୍ତୁ ।