ଗୁରୁତ୍ୱପୂର୍ଣ୍ଣ ତାରିଖ
ପଶ୍ଚିମ ରେଳବାଇର ବିଜ୍ଞପ୍ତି ଅନୁଯାୟୀ, ଆବେଦନ ପ୍ରକ୍ରିୟା ୨୧ ଫେବୃଆରୀ ୨୦୨୬ ରୁ ଆରମ୍ଭ ହୋଇଛି। ପ୍ରାର୍ଥୀମାନେ ୨୩ ମାର୍ଚ୍ଚ ୨୦୨୬ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ। ଶେଷ ମୁହୂର୍ତ୍ତର ଭିଡ଼ରୁ ରକ୍ଷା ପାଇବା ପାଇଁ ପ୍ରାର୍ଥୀମାନଙ୍କୁ ଯଥାଶୀଘ୍ର ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି।
ଶିକ୍ଷାଗତ ଯୋଗ୍ୟତା
ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଅନ୍ୟୂନ ୫୦% ମାର୍କ ସହ ମାଟ୍ରିକ (୧୦ମ) ପାସ୍ କରିଥିବା ଆବଶ୍ୟକ। ଏହା ସହିତ ସମ୍ପୃକ୍ତ ଟ୍ରେଡରେ NCVT କିମ୍ବା SCVT ଦ୍ୱାରା ସ୍ୱୀକୃତିପ୍ରାପ୍ତ ITI ସାର୍ଟିଫିକେଟ୍ ରହିବା ବାଧ୍ୟତାମୂଳକ।
ବୟସ ସୀମା
ଆବେଦନକାରୀଙ୍କ ବୟସ ୧୫ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ବୟସ ଗଣନା ୨୩ ମାର୍ଚ୍ଚ ୨୦୨୬ ସୁଦ୍ଧା କରାଯିବ। ତେବେ ସରକାରୀ ନିୟମ ଅନୁଯାୟୀ SC/ST ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ, OBC ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ ଏବଂ PwD ପ୍ରାର୍ଥୀଙ୍କ ପାଇଁ ୧୦ ବର୍ଷ ବୟସ କୋହଳ କରାଯାଇଛି।
ଚୟନ ପ୍ରକ୍ରିୟା
ଏହି ନିଯୁକ୍ତି ପାଇଁ କୌଣସି ଲିଖିତ ପରୀକ୍ଷା କରାଯିବ ନାହିଁ। ପ୍ରାର୍ଥୀଙ୍କ ଦଶମ ଶ୍ରେଣୀ ଏବଂ ITI ମାର୍କକୁ ଭିତ୍ତି କରି ଏକ ମେରିଟ୍ ଲିଷ୍ଟ (Merit List) ପ୍ରସ୍ତୁତ କରାଯିବ। ଏହି ମେଧା ତାଲିକା ଆଧାରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ।
ଆବେଦନ ଶୁଳ୍କ ଏବଂ ପ୍ରକ୍ରିୟା
ସାଧାରଣ ବର୍ଗ ଏବଂ OBC ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି’ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। SC, ST, PwD ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ କୌଣସି ଶୁଳ୍କ ଲାଗିବ ନାହିଁ। ଆବେଦନ କରିବା ପାଇଁ ପ୍ରାର୍ଥୀମାନେ ପଶ୍ଚିମ ରେଳବାଇର ୱେବସାଇଟ୍ (rrc-wr.com) ରେ ଲଗଇନ୍ କରି ନିଜର ବିବରଣୀ ପୂରଣ କରିବା ସହ ଆବଶ୍ୟକୀୟ ଦସ୍ତାବିଜ ଅପଲୋଡ୍ କରିପାରିବେ।


إرسال تعليق