BREAKING
Loading...
:

ବାହାରିନରେ ଫଶିଛନ୍ତି ଶତାଧିକ ଏଫ୍‌୧ ଷ୍ଟାଫ୍‌: ଫେରିବାକୁ ମିଳୁ ନାହିଁ ବାଟ


 ମନମା,୨।୩: ଫର୍ମୁଲା-୧ ରେସିଂ ସହ ଜଡ଼ିତ ଶତାଧିକ ଷ୍ଟାଫ ବାହାରିନରେ ଫଶି ରହିଛନ୍ତି। ମିଡିଲ ଇଷ୍ଟରେ ଦେଖାଦେଇଥିବା ଯୁଦ୍ଧ ପରିସ୍ଥିତି ଯୋଗୁ ସେମାନଙ୍କୁ ସ୍ୱଦେଶ ଫେରିବାକୁ ବାଟ ମିଳୁ ନାହିଁ। ମର୍ସିଡିଜ ଓ ମ୍ୟାକଲରେନ ଭଳି ଦଳର ଷ୍ଟାଫଙ୍କ ସହ ଟାୟର ଯୋଗାଣକାରୀ କମ୍ପାନୀ ପିରେଲିର ଷ୍ଟାଫ୍‌ ସେମାନଙ୍କ ହୋଟେଲରେ ରହିଛନ୍ତି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ବାହାରିନ ତା’ର ବାୟୁ ସୀମା ବନ୍ଦ କରି ଦେଇଛି।

ବାୟୁ ସୀମା ବନ୍ଦ ହେବା ପୂର୍ୱରୁ ଯେଉଁମାନେ ବାହାରିନରୁ ଯାଇଛନ୍ତି, ସେମାନଙ୍କୁ ହଂକଂ ଓ ସିଙ୍ଗାପୁର ଦେଇ ମେଲବୋର୍ନ ନିଆଯାଇଛି। ଅଷ୍ଟ୍ରେଲିଆନ ଗ୍ରାଁ ପ୍ରିକୁ ଆଉ କିଛି ଦିନ ଥିବା ବେଳେ ବାହାରିନର ବାୟୁ ସୀମା କେବେ ଖୋଲିବ, ତାହାକୁ ନେଇ ଅନିଶ୍ଚିତତା ରହିଛି। ଶନିବାରେ ସାଖିରଠାରେ ମିଶାଇଲ ମାଡ ହେବା ପରେ ପିରେଲି ପକ୍ଷରୁ ଓଦା ପାଣିପାଗରେ ହେବାକୁ ଥିବା ଟେଷ୍ଟିଂ ଡ୍ରାଇଭକୁ ସ୍ଥଗିତ କରି ଦିଆଯାଇଛି।

Post a Comment

Previous Post Next Post
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ସ୍ଥଳରେ ସାମ୍ବାଦିକ ଆବଶ୍ୟକ । ଯୋଗାଯୋଗ ଠିକଣା ମୋବାଇଲ ନଂ:- 7008601909 ସମ୍ପର୍କ କରନ୍ତୁ ।